ଏହି ରାଜ୍ୟରେ ହିନ୍ଦୁ ପୁରୁଷ ୨ଟା ବାହା ହୋଇପାରିବେ
by Argus News
Sun, Jun 16 | 5:15 p.m.

ଅର୍ଗସ ବ୍ୟୁରୋ: ଭାରତରେ ସବୁ ଧର୍ମର ଲୋକମାନେ ବାସ କରନ୍ତି ଏବଂ ସବୁ ଧର୍ମର ନିଜସ୍ୱ ରୀତିନୀତି ଏବଂ ପରମ୍ପରା ରହିଛି। ବିବାହକୁ ନେଇ ମଧ୍ୟ ସମାନ ନିୟମ ରହିଥାଏ । ହିନ୍ଦୁ ଧର୍ମ ଅନୁଯାୟୀ ଜଣେ ବ୍ୟକ୍ତି ଦୁଇଥର ବିବାହ କରିପାରିବ ନାହିଁ। କିନ୍ତୁ ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ ଭାରତରେ ଏମିତି ଏକ ରାଜ୍ୟ ଅଛି ଯେଉଁଠାରେ ଜଣେ ହିନ୍ଦୁ ପୁରୁଷ ଦୁଇଥର ବିବାହ କରିପାରିବ । ଆଜ୍ଞା ହଁ ଏହିଭଳି ପରମ୍ପରା ରହିଛି ଗୋଆରେ । ତେବେ ଚାଲନ୍ତୁ ଜାଣିବା କଣ ରହିଛି ଏହା ପଛରେ କାରଣ ।

ଗୋଆ ପର୍ତ୍ତୁଗାଲ ଦ୍ୱାରା ଶାସିତ ହୋଇଥିଲା। ସେହି ସମୟରେ 1867 ମସିହାରେ, ପର୍ତ୍ତୁଗୀଜ୍ ସିଭିଲ୍ କୋଡ୍ ସେଠାରେ କାର୍ଯ୍ୟକାରୀ କରାଯାଇଥିଲା । ସେହି ସମୟ ମଧ୍ୟରେ, ବ୍ରିଟିଶ ରାଜ ସମୟରେ ମଧ୍ୟ ସିଭିଲ୍ କୋଡ୍ ତିଆରି କରାଯାଇନଥିଲା । ପର୍ତ୍ତୁଗାଲ ସରକାର ଗୋଆ କଲୋନୀ ପାଇଁ ଏହି ନିୟମ କରିଥିଲେ, କାରଣ ସେହି ସମୟରେ ଗୋଆରେ ଖ୍ରୀଷ୍ଟିଆନ ଏବଂ ହିନ୍ଦୁ ଏହି ଦୁଇଟି ଧର୍ମର ଲୋକ ଅଧିକ ଥିଲେ।

ସୂଚନାନୁସାରେ, ସେହି ସମୟରେ ଗୋଆରେ ହିନ୍ଦୁମାନଙ୍କ ମଧ୍ୟରେ ଏକରୁ ଅଧିକ ବିବାହ କରିବାର ପ୍ରଥା ଥିଲା। ଯଦିଓ ଯେତେବେଳେ ଭାରତରେ ୟୁନିଫର୍ମ ସିଭିଲ୍ କୋଡ୍ ଆଇନ ଲାଗୁ ହେଲା, ସେତେବେଳେ ସମସ୍ତ ରାଜ୍ୟର ଲୋକମାନେ ଏହାର ଅଧୀନରେ ଆସିଥିଲେ, କିନ୍ତୁ ଗୋଆରେ ଜନ୍ମିତ ଲୋକଙ୍କ ପାଇଁ ଏହି ନିୟମ ସମ୍ପୂର୍ଣ୍ଣ ଭାବରେ କାର୍ଯ୍ୟକାରୀ ହୋଇପାରିଲା ନାହିଁ। 
ବାସ୍ତବରେ, ଏହି ନିୟମ କିଛି ନିର୍ଦ୍ଧିଷ୍ଟ ସର୍ତ୍ତ ସହିତ କେବଳ ଗୋଆରେ ଜନ୍ମିତ ଲୋକଙ୍କୁ ଦ୍ୱିତୀୟ ଥର ବିବାହ କରିବାକୁ ଅନୁମତି ଦେଇଥାଏ। ଏବେ ବି ଏହି ନିୟମ ଗୋଆରେ ଲାଗୁ ଅଛି। ଏହାର ପ୍ରଥମ ସର୍ତ୍ତ ହେଉଛି ଯଦି 25 ବର୍ଷ ବୟସ ପର୍ଯ୍ୟନ୍ତ ପତ୍ନୀଙ୍କର କୌଣସି ସନ୍ତାନ ନଥାଏ, ତେବେ ସ୍ୱାମୀ ପୁନର୍ବାର ବିବାହ କରିପାରିବେ । ଦ୍ୱିତୀୟ ସର୍ତ୍ତ ଅନୁଯାୟୀ, ଯଦି ପତ୍ନୀ 30 ବର୍ଷ ବୟସ ପର୍ଯ୍ୟନ୍ତ ପୁତ୍ର ସନ୍ତାନକୁ ଜନ୍ମ ନ ଦିଅନ୍ତି, ତେବେ ସ୍ୱାମୀ ପୁନର୍ବାର ବିବାହ କରିପାରିବେ ।

ହିନ୍ଦୁ ବିବାହ ଅଧିନିୟମ 1955 ଅନୁଯାୟୀ ଭାରତରେ ଦ୍ୱିତୀୟ ବିବାହ ଯଦି ପ୍ରଥମ ପତ୍ନୀଙ୍କ ମୃତ୍ୟୁ ହୋଇଥିବ ନହେଲେ ପ୍ରଥମ ପତ୍ନୀଙ୍କୁ ଛାଡପତ୍ର ଦେଲେ ହିଁ ସମ୍ଭବ। 

ଅଧିକ ପଢନ୍ତୁ ଭାରତ ଖବର 
 

ଚାଲେଞ୍ଜ
ଦୁର୍ଗାପୂଜାରେ ପୋଲିସ ଆଗରେ ରହିବ ଅନେକ ଚାଲେଞ୍ଜ
ଭୁବନେଶ୍ୱର: ଦୁର୍ଗାପୂଜାରେ ପୋଲିସ ଆଗରେ ରହିବ ଅନେକ ଚାଲେଞ୍ଜ। ପୂଜା ମଣ୍ଡପ ସୁରକ୍ଷା ଠାରୁ ଆରମ୍ଭ କରି ଟ୍ରାଫିକ ନିୟନ୍ତ୍ରଣ, ସବୁକିଛି କିଭଳି ସୁଚାରୁ ରୂପେ ସମାପନ କରାଯି
ନର୍ସିଂ ସଂଘ
ଆଜିଠାରୁ ଆନ୍ଦୋଳନ ପ୍ରତ୍ୟାହାର ପାଇଁ ରାଜି ହେଲା ନର୍ସିଂ ସଂଘ
ଭୁବନେଶ୍ୱର: ଆନ୍ଦୋଳନରୁ ଓହରିବେ ନର୍ସିଂ ସଂଘ। ଆଜିଠାରୁ ଆନ୍ଦୋଳନ ପ୍ରତ୍ୟାହାର ପାଇଁ ରାଜି ହୋଇଛି ନର୍ସିଂ ସଂଘ। ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ମୁକେ
ଦହି
ଉଚ୍ଚ କୋଲେଷ୍ଟ୍ରଲ କମାଇବ ଦହି
ଅର୍ଗସ ବ୍ୟରୋ: କୋଲେଷ୍ଟ୍ରଲ ଧମନୀରେ ବ୍ଲକେଜ୍ ସୃଷ୍ଟି କରେ ଏବଂ ଉଚ୍ଚ ରକ୍ତଚାପର କାରଣ ହୋଇପାରେ । ଏପରି ପରିସ୍ଥିତିରେ ଆସନ୍ତୁ ଜାଣିବା ଏହି କାମ୍ ହେବାରେ ଦହିର ବ୍ୟବହାର କିପରି ସହାୟକ ହୁ